ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଦିଲ୍ଲୀ ପୋଲିସର ସମନ

0

କଟକ (ଆମ ଟିଭି) : ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା ପାରିବାରିକ ବିବାଦ । ପୁଣି ବଢିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ । ବର୍ଷାଙ୍କୁ ଗିରଫ କରିପାରେ ଦିଲ୍ଲୀ ପୋଲିସ । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ସମନ କରିଛି। ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିବା ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ, ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି । ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା। ପୁରୀ ଘାଟ ଥାନା ପୋଲିସ ସହଯୋଗ କରିନଥିଲା । ପରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିବା ଜଣାପଡିଛି । ତେବେ ଏହି ମାମଲା ଏବେ କେଉଁ ଆଡ଼କୁ ଗତି କରୁଛି, ତାହାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.