ଥାନାକୁ ଗଲେ ଅଭିନେତ୍ରୀ ରାଣୀ ପଣ୍ଡା

0

ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ପ୍ରେମରେ ପ୍ରତାରଣା ପାଇବା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ସହ ବିବାହ ପ୍ରତିଶ୍ରୁତି ଦେଇଥିଲେ ହେଁ ଏବେ ସେ ଅନ୍ୟତ୍ର ବିବାହ କରୁଥିବା ଖବର ପାଇବା ପରେ ଶୁକ୍ରବାର ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ରାଣୀ ତାଙ୍କର ପ୍ରେମିକଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ମହିଳା ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ କରିବା ପରେ ରାଣୀ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ପାଖାପାଖି ୮ ବର୍ଷ ଧରି ମୁଁ ବହୁ କଷ୍ଟ ସହି ଆସୁଛି । ଏତେ ଭଲପାଇବାର ପରିଣାମ ମୋତେ ଏଇଆ ମିଳିଲା । ମୁଁ ନ୍ୟାୟ ଚାହୁଁଛି । ମୋର ମାନ, ଇଜ୍ଜତ ସବୁ ମାଟିରେ ମିଶି ଯାଇଛି । ତେଣୁ ସେ ପିଲା ଓ ତାଙ୍କର ପରିବାର ଲୋକ ସମସ୍ତେ ଆସିବା ଦରକାର । ସେମାନେ ଆସି ମୋ ସହିତ ଆଲୋଚନା କରିବା ଦରକାର । ତାଙ୍କ ପୁଅଙ୍କ ଭୁଲ କି ମୋର ଭୁଲ ସେମାନେ ହିସାବ କରିବେ। ମୋତେ ବାହାହେଲେ ତାଙ୍କର ପରିବାରର ଇଜ୍ଜତ ଚାଲିଯିବ ବୋଲି ତାଙ୍କ ପୁଅ ମୋତେ କହିଛି । ସେ ଯଦି ଏହା ପୂର୍ବରୁ ଜାଣିଥିଲେ ତେବେ ମୋ ସହିତ ବର୍ଷ ବର୍ଷ ଧରି କାହିଁକି ସମ୍ପର୍କରେ ରହିଥିଲେ ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।

ଏହାଛଡ଼ା ପ୍ରେମିକଜଣଙ୍କ ମୋତେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଇ ଶେଷ ମୁହୂର୍ତ୍ତରେ ମୋତେ ବରବାଦ କରିଛନ୍ତି । ମୁଁ ଏହି କଥା ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ସେ ମୋତେ ନାନା ଧମକ ଚମକ ଦେବା ଆରମ୍ଭ କରିଥିଲେ । ତାଙ୍କର ନେତା ମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କର କିଛି କରିପାରିବି ନାହିଁ ବୋଲି କହିଥିଲେ । ରାଣୀ ପଣ୍ଡା ମିଛ କହିବାକୁ ପସନ୍ଦ କରେନି । ମୁଁ ତାଙ୍କୁ କେତେ ଟଙ୍କା ସାହାଯ୍ୟ, ସହଯୋଗ କରିଥିଲି ସେକଥା କହିବାକୁ ଚାହୁଁନି। ତେଣୁ ଗଣମାଧ୍ୟମ ଏବଂ ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ। ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ଯେଉଁ ନିର୍ଯାତନା ଦେଇଛନ୍ତି ମୁଁ ତା’ର ନ୍ୟାୟ ଚାହୁଁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.