ଅଭିନେତ୍ରୀ ଶ୍ରଦ୍ଧାଙ୍କ ବ୍ରେକଅପ !
ଅନେକ ଚଳଚ୍ଚିତ୍ର, ଧାରାବାହିକରେ ଅଭିନୟ ପରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ନୂଆ ୱେବvସିରିଜ ବ୍ରେକଅପ ରୁଲସରେ ଅଭିନୟ କରୁଛନ୍ତି l ସବୁ ନିୟମ ତିଆରି ହୁଏ ଭଙ୍ଗା ବି ଯାଏ l ତେବେ ନିୟମ ହୁଏ କଣ ପାଇଁ ? ପ୍ରେମରେ କିଛି ଅଲଗା କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ l କେତେବେଳେ ପ୍ରେମ ଆଉ କେତେବେଳେ ବ୍ରେକଅପ l ଏମିତି ପ୍ରେମ ଆଉ ବ୍ରେକ-ଅପର ନିୟମ କାନୁନ ଘଟଣା ଗୁଡିକୁ ସଜେଇଛନ୍ତି କାହାଣୀକାର ଚିତ୍ରା ପଟ୍ଟନାୟକ ଓ ଜନ୍ମେଞ୍ଜୟ ସିଂ l ଶ୍ରଦ୍ଧାଙ୍କ ସହ ଶୋଭନ ସାମଲ, ପ୍ରସନଜିତ ମହାପାତ୍ର, ଆରତୀ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି l ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜା ଡି l ପ୍ରଯୋଜନା କରିଛନ୍ତି ସଂଜୀବ ଦ୍ବିବେଦୀ, ସଂଗୀତ ନିର୍ଦେଶନା ଦେଇଛନ୍ତି ସନ୍ଦୀପ ପଣ୍ଡା l ୱେବସିରିଜଟି ଆସନ୍ତା ଡ଼ିସେମ୍ବର ୧୦ରେ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ କରିବ l ଏହା ପୂର୍ବରୁ ପପୁ ପମ ପମ ଓ ଅଙ୍କିତା ଅଭିନୀତ “ହାଲୋ ରାବଣ” ଓ ସୁଶାନ୍ତ ମଣିଙ୍କ ନିର୍ଦେଶିତ “2 ଚକୋଲେଟ” ରେ ଲୋହିତାକ୍ଷ, ସ୍ୱପ୍ନା, ନିତୁ ସିଂ ଓ ଚିତ୍ତ ରଞ୍ଜନ ତ୍ରିପାଠୀ ଅଭିନିତ ଚଳଚିତ୍ର ମୁକ୍ତିଲାଭ କରି ଲୋକପ୍ରିୟତା ଶୀର୍ଷରେ ପହଁଚିଛି l