ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

0

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାରି ରହିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆଜିକୁ ୮୩ ଦିନରେ ପହଂଚିଛି । ଦଳ ଓ ସଂଗଠନକୁ ମଜବୁତ କରିବା ଓ ଲୋକଙ୍କୁ ବିଜେପି ସରକାର ବିରୋଧରେ ଜାଗୃତ କରିବା ଲକ୍ଷ୍ୟରେ ରାହୁଲ ଗାନ୍ଧୀ ଏହି ପଦଯାତ୍ରା ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ କରିଛନ୍ତି । ଏହି କ୍ରମରେ ରାହୁଲଙ୍କ ସହ ବିଭିନ୍ନ ସମୟରେ ଦଳୀୟ କର୍ମୀଙ୍କ ସହ ସାମାଜିକ କର୍ମୀ ଓ ଅଭିନେତା ଅଭିନେତ୍ରୀମାନେ ଯୋଡି ହେଉଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ପୂଜା ଭଟ୍ଟ ଓ ରିୟା ସେନଙ୍କ ପରେ ଆଜି ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । ରାହୁଲଙ୍କ ସହ ସ୍ୱରା ଚାଲୁଥିବାର ଭିଡିଓ କଂଗ୍ରେସ ଦଳ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।

ଟ୍ୱିଟରେ ଆଇଏନସିଇଣ୍ଡିଆ ପକ୍ଷରୁ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ସ୍ୱରା ଭାସ୍କର ରାହୁଲ ଗାନ୍ଧୀଙ୍କ ପାଦରେ ପାଦ ମିଶାଇ ପଦଯାତ୍ରା କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ଭାରତ ଯୋଡ ଯାତ୍ରା ୮୨ ଦିନ ସମ୍ପୂର୍ଣ୍ଣ କରି ଆଜି ୮୩ ଦିନରେ ପହଂଚିଛି । ଏହି କ୍ରମରେ ଯାତ୍ରା ଆଜି ମଧ୍ୟପ୍ରଦେଶର ଓଜୟୀନି ଠାରେ ପହଂଚିବା ପରେ ସ୍ୱରା ଭାସ୍କର ଯାତ୍ରାରେ ଭାଗ ନେଇଛନ୍ତି । ସ୍ୱରା ସର୍ବଦା ନିଜର ନିର୍ଭିକ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରଥମରୁ କଂଗ୍ରେସ ସମର୍ଥନରେ ରହିଛନ୍ତି ।

Leave A Reply

Your email address will not be published.