କେନ୍ଦ୍ରକୁ ଯିବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ହେବେ..

0

ଭୁବନେଶ୍ବର (ଆମ ଟିଭି): କେନ୍ଦ୍ରକୁ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ। ଏ ନେଇକେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ ଅଠର ଜଣଙ୍କର ବଦଳି ହୋଇଛି। ସେଥିମଧ୍ୟରେ ଆଇଏଏସ ନିକୁଞ୍ଜ ଧଳଙ୍କର ନାମକୁ ମଧ୍ୟ ଆପଏଣ୍ଟମେଣ୍ଟ କମିଟ ଅଫ କ୍ୟାବିନେଟ ସୁପାରିଶ କରିଛନ୍ତି।

ନିକୁଞ୍ଜ ଧଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଗତ ନିର୍ବାଚନରେ ସେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନେତୃତ୍ବରେ ଗତ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପରିଚାଳିତ ହୋଇଥିଲା। ସେ କେନ୍ଦ୍ରର ସଂସଦୀୟ ବିଭାଗର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ଜୁନ 30 ତାରିଖରେ ଯୋଗଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.