ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ’ଣ କହିଲେ ?

0

ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ଭାଷଣ ।

ରାଷ୍ଟ୍ରପତି ମୁର୍ମୂ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେ ଭାରତୀୟମାନେ ସନ୍ଦେହ କରୁଥିବା ଲୋକଙ୍କୁ ଭୁଲ୍ ବୋଲି ବୋଲି ପ୍ରମାଣିତ କରିଛୁ । ଏହି ମାଟିରେ ଗଣତନ୍ତ୍ରର ବିକଶିତ ହୋଇନାହିଁ ବରଂ ସମୃଦ୍ଧ ମଧ୍ୟ ହୋଇଛି । ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବରେ ଲାଗିଛି । ଭାରତ ବିଶ୍ୱକୁ ଗଣତନ୍ତ୍ରର ପ୍ରକୃତ କ୍ଷମତା ଜଣାଇବା ପାଇଁ ଦୁନିଆର ସାହଯ୍ୟ କରିବାର ଶ୍ରେୟ ସେ ଭାରତକୁ ଦିଆଯାଇପାରେବୋଲି କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ବିକାଶ ଠିକ୍ ଭାବରେ ହେଉଛି । ସମାଜରୁ ଲିଙ୍ଗଗତ ଅସମାନତା ଦୂର ହୋଇଛି । ନିକଟ ଅତୀତରେ ବିଶ୍ୱ ନୂଆ ଭାରତକୁ ବିକଶିତ ହେବାର ଦେଖିଛି, ଖାସ୍ କରି କୋଭିଡ୍-୧୯ ମହାମାରୀର ପ୍ରକୋପ ପରେ । ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବଢ଼ୁଛି । କରୋନା ବିରୋଧରେ ମଜଭୁତ ଲଢ଼େଇ ଲଢ଼ିଛି ଭାରତ । ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ଭୋଟ ଦେବା ପାଇଁ ଅଧିକାର ପ୍ରାପ୍ତ କରିବା ପାଇଁ ମହିଳାଙ୍କୁ ଲମ୍ବା ସମୟ ଧରି ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଆମ ଗଣତନ୍ତ୍ରର ଆରମ୍ଭରୁ ହିଁ ଭାରତ ସାର୍ବଭୌମତ୍ୱ ମତାଧିକାରକୁ ଆପଣାଇଥିଲା ।

ଆଜି ଫାଇଟର ପାଇଲଟଠୁ ମହାକାଶ ବିଜ୍ଞାନୀ ଯାଏଁ ସବୁଠୁ ମହିଳା ସଫଳ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଝିଅମାନେ ଦେଶର ମାନ ବଢ଼ାଇଛନ୍ତି । ସବୁ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରୀ ବଢ଼ିଛି । ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ମହିଳାମାନେ ଆଗକୁ ବଢ଼ୁଛନ୍ତି ।

 

Leave A Reply

Your email address will not be published.