ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରବର୍ତ୍ତନ କଲା ଆଦିତ୍ୟ ଏଲ ୧

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରୋ ପକ୍ଷରୁ ଲଞ୍ଚ ହୋଇଥିବା ଆଦିତ୍ୟ ଏଲ ୧ ମିଶନ ଧିରେ ଧିରେ ସୂର୍ଯ୍ୟ ଅଭିମୁଖେ ଗତି କରୁଛି । ଏହାରି ଭିତରେ ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୧ । ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପକ୍ଷ ଅତିକ୍ରମ କରିଛି । ଏବେ ଚୁତୁର୍ଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍ । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥୀବିଠୁ ୨୯୬ରୁ ୭୧ ହଜାର ୭୭୬ କିଲୋମିଟର ଦୂରତାରେ ବୁଲୁଛି ଆଦିତ୍ୟ- ଏଲ୧ । ୫ମ କକ୍ଷପଥ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ଫ ପ୍ରଦାନ କରିବ ସାଟେଲାଇଟ୍ ।

Leave A Reply

Your email address will not be published.