କନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

0

ନୂଆଦିଲ୍ଲୀ (ଆମ ଟିଭି): କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର । ଅଧିକରୁ ଅଧିକ ସତର୍କତା ଆପଣାଇବାକୁ କୁହାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ କାନାଡାରେ ରହୁଛନ୍ତି ବା ସେଠାକୁ ଯାତ୍ରା କରୁଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବା ଜରୁରୀ । ଭାରତ ବିରୋଧରେ କାନାଡାରେ ଅପରାଧିକ ଗତିବିଧି, ହିଂସା, ଘୃଣା ବୃଦ୍ଧି ପାଉଛି ।

ଏଥିସହ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଜାରି କରାଯାଇଛି । ସମସ୍ୟା ହେଲେ କାନାଡାରେ ଥିବା ଭାରତୀୟ ଦୂତାବାସକୁ ଜାରି ଆପରେ ଜଣାଇବାକୁ କୁହାଯାଇଛି । ଏହା ସହିତ ଆଜି ଭାରତ ତରଫରୁ ଏପରି ବଡ ପଦକ୍ଷେପ ନିଆଯାଇଛି । କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କରିଛି ଭାରତ ।

 

Leave A Reply

Your email address will not be published.