ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ: ସପ୍ତାହରେ ହେଲାଣି ୧୦ଥର ଭୂକମ୍ପ
ନୂଆଦିଲ୍ଲୀ(ଆମ ଟିଭି): ଗୋଟିଏ ସପ୍ତାହରେ ୧୦ଥର ଭୂକମ୍ପରେ ଥରିଲାଣି ଆଫଗାନିସ୍ତାନ । ଏହାରି ଭିତରେ ଆଜି ସକାଳେ ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏକ ସପ୍ତାହ ମଧ୍ୟରେ ଦାରିଦ୍ର୍ୟର ଶିକାର ହୋଇଥିବା ଦେଶରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରହିଛି।
ଏନସିଏସ ଅନୁଯାୟୀ ଶୁକ୍ରବାର ସକାଳ ୬:୩୯(ଭାରତୀୟ ସମୟନୁସାରେ) ଆଫଗାନିସ୍ତାନରେ ୫୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।