୧୨୮ ଦିନ ପରେ ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର

0

ଭୁବନେଶ୍ୱର (ଆମ ଟିଭି): ୧୨୮ ଦିନ ବିତିଗଲା । ତଥାପି ମିଳିଲାନି ପରିଚୟ । କେହି ବି ସମ୍ପର୍କୀୟ ଆସିଲେନି । ଶେଷର ସଂସ୍କାର ହେଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି ବିଏମସି।

ଗତକାଲି ଅପରାହ୍ନରେ ଦିଲ୍ଲୀରୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଏମସରେ ପହଞ୍ଚିଥିଲେ। ଏମସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା। ଏହାପରେ ୨୧ଟି ମୃତଦେହ ବିଏମସି କୁ ହସ୍ତାନ୍ତର କରାଯାଇଥିଲା। ଅନ୍ତିମ ସତ୍କାର ବେଳେ ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଅଧିକାରୀ ଉପସ୍ଥିତି ଥିଲେ। ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ୪ ମାସ ହେଲା ମୃତଦେହ ଗୁଡ଼ିକକୁ ଫ୍ରିଜରେ ରଖାଯାଇଥିଲା। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ଶବ ତାଙ୍କ ସମ୍ପର୍କୀୟଙ୍କୁ ଫେରାଇ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । କିଛି କ୍ଷେତ୍ରରେ ତାହା ସମ୍ଭବ ନହେବାରୁ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

 

Leave A Reply

Your email address will not be published.