ଭୟଙ୍କର ଭୂମିକମ୍ପ ପରେ ଜାପାନ ସମୁଦ୍ରରେ ମାଡି ଆସିଲା ସୁନାମୀ

0

ନୂଆଦିଲ୍ଲୀ: ନୂଆବର୍ଷ ଜାପାନବାସୀଙ୍କ ପାଇଁ ଅଭିଷାପ ପାଲଟିଛି । ନୂଆବର୍ଷରେ ଜାପାନରେ ଅଘଟଣ ପରେ ଅଘଟଣ ଘଟି ଚାଲିଛି। ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସମୁଦ୍ରରେ ୧ ମିଟର ଉଚ୍ଚତାର ଉଠିଲା ଜୁଆର । ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଲୋକଙ୍କୁ ସତର୍କ କରାଇ ଦେଇଛି, ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।

ଆଜି ସକାଳୁ ସକାଳୁ ରିକ୍ଟର ସ୍କେଲ ୭ ଦଶମିକ୍ ୬ ତ୍ରୀବତ୍ରରେ ଭୂମିକମ୍ପ ହୋଇଥିଲା । ଭୁମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭୀର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ୟ୍ୟନ୍ତ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି ।

Leave A Reply

Your email address will not be published.