କେନ୍ଦ୍ର ପରେ ପେଟ୍ରୋଲ-ଡିଜେଲ୍ ଉପରୁ ଟ୍ୟାକ୍ସ ହ୍ରାସକଲେ କେରଳ ସରକାର 

0
ଥିରୁଅନନ୍ତପୁରମ(ଆମ ଟିଭି): କେରଳବାସୀଙ୍କୁ ଡବଲ୍ ଖୁସି ଦେଲେ ପିନାରାଇ ସରକାର। କେନ୍ଦ୍ର ସରକାରଙ୍କ ପରେ ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ କେରଳ ସରକାର। କେରଳ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରେ କ୍ରମଶଃ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ଭାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏବେ ଅନ୍ୟ ରାଜ୍ୟ ଭାଟ୍ କେତେ କମ କରୁଛନ୍ତି ତାହା ଦେଖିବା ବାକି ରହିଲା।

ଇନ୍ଧନ ଉତ୍ପାଦର ଆକାଶଛୁଆଁ ଦର ବୃଦ୍ଧିରେ ବେହାଲ ସାଧାରଣ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶେଷରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରୁ ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା ଏକ୍ସାଇଜ ଡ୍ୟୁଟି କମ କରିଛନ୍ତି ସରକାର। ଉତ୍ପାଦ ଶୁଳ୍କ ହ୍ରାସ ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ୍ ୭ ଟଙ୍କା ଶସ୍ତା ହୋଇଛି। ସେହିପରି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Leave A Reply

Your email address will not be published.