‘ଦମନ’ ପରେ ବାବୁସାନ୍ ଆଊ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ

0

ଭୁବନେଶ୍ବର (ଆମ ଟିଭି) : ଓଲିଉଡରେ ଏବେ ଓଡ଼ିଆ ସିନେମାର ଲମ୍ବା ଲାଇନ। ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରି ସଫଳତା ସାଉଁଟି ଚାଲିଛି। ସେଥିପାଇଁ ଓଡ଼ିଶା ଦର୍ଶକ ପୁଣି ଓଡ଼ିଆ ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଫେରିଲେଣି।

ଓଡ଼ିଶା ମନୋରଂଜନ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ର ନାୟକ ବାବୁଶାନ୍ ଓ ‘ଦିଲ ମୋର ମାନେନା’ ର ଚୁଲବୁଲି ଅଭିନେତ୍ରୀ ଶିବାନୀ ଆମର ମ୍ୟୁଜିକ୍ ର ନୂଆ ଏକ ପ୍ରୋଜେକ୍ଟ ପାଈଁ ଏକାଠି ହୋଇଛନ୍ତି । ସୁଟିଂ କରିବାକୁ ଏହି ରିଲ୍ ଲାଇଫ୍ ଯୋଡ଼ି ପଣ୍ଡିଚେରୀ ପାଇଁ ବିମାନ ଯାତ୍ରା ପୂର୍ବରୁ ସାମ୍ବାଦିକମାନଙ୍କ ସହ ଦୁଇ ଜଣ କଥାବାର୍ତ୍ତା କରିଥିଲେ । ତେବେ ଆମର ମ୍ୟୁଜୀକ୍ ର ଏହି ପ୍ରୋଜେକ୍ଟଟି ଏକ ଚଳଚ୍ଚିତ୍ର, ଧାରାବାହିକ କିମ୍ବା ଆଲବମ୍ ଗୀତ କିମ୍ୱା ପ୍ରୋଜେକ୍ଟର ନାଁ କି ଆଉ କିଛି ବିଷୟରେ ସେ କହିନଥିଲେ। କିନ୍ତୁ ଏହା ପ୍ୟାନ ଇଣ୍ଡିଆରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଥିଲେ।

କିନ୍ତୁ ସୁଟିଂ ସେଟ୍ ରୁ ମିଳିଥିବା ଖବର ରି ଜଣାପଡ଼ିଛି ଯେ ଦୁଇଟି ଗୀତ ସୁଟିଂ ହୋଇଥିଲା ଯାହାର ସଙ୍ଗୀତ ନିର୍ଦେଶକ ହେଉଛନ୍ତି ଗୌରବ ଓ କଣ୍ଠ ଦାନ କରିଛନ୍ତି ନିଜେ ବାବୁଶାନ୍ ।
ତେବେ ଦର୍ଶକ ମାନଙ୍କ ଭିତରେ ଚର୍ଚ୍ଚା ଲାଗିରହିଛି ଯେ ବାବୁଶାନ୍ ହିଁ ଓଡ଼ିଶା ଏକମାତ୍ର ଅଭିନେତା ଯାହାଙ୍କର ଉଚ୍ଚକୋଟୀର ଅଭିନୟ ଓଡ଼ିଶା ମନୋରଞ୍ଜନ ଇଣ୍ଡଷ୍ଟ୍ରି କୁ ପ୍ୟାନ ଇଣ୍ଡିଆ କରିବାରେ ସକ୍ଷମ କରିଛି । ଆଶା କରାଯାଉଛି ବହୁତ ଶୀଘ୍ର ଏହି ପ୍ରୋଜେକ୍ଟର ସବିଶେଷ ତଥ୍ୟ ଲୋକଲୋଚନକୁ ଆସିବ।

Leave A Reply

Your email address will not be published.