ଚଣ୍ଡିଗଡ଼ (ଆମ ଟିଭି): ଦିଲ୍ଲୀ ପରେ ଏବେ ପଞ୍ଜାବ । ଆପକୁ ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆପ୍ । ଦିଲ୍ଲୀରେ ବିଫଳ ହେବା ପରେ ପଞ୍ଜାବରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିଛି ବିଜେପି। ପଞ୍ଜାବ ଅର୍ଥ ମନ୍ତ୍ରୀ ହରପାଲ ଚୀମା କହିଛନ୍ତି, ଆମ ଦଳର ବିଧାୟକ ମାନଙ୍କୁ ଦିଲ୍ଲୀ ଡକରା ହେଉଛି। ସେଠାରେ ବିଜେପିର ବଡ଼ ନେତାଙ୍କ ସହିତ ସାକ୍ଷାତ କରାଇବା ସହିତ ଦଳ ବଦଳାଇବା ପାଇଁ କୋଟି କୋଟି ଟଙ୍କାର ଅଫର ଦିଆଯାଉଛି।
୧୦ ଜଣ ବିଧାୟକଙ୍କ ପାଖକୁ ଦିଲ୍ଲୀରୁ ଏମିତି ଫୋନ୍ ଆସିଥିବା ଦର୍ଶାଇ ଶ୍ରୀ ଚୀମା ଏହି କଥା କହିଛନ୍ତି। ସେ କହିଛନ୍ତି, ଏହି ବିଧାୟକମାନଙ୍କୁ ଦଳ ବଦଳାଇଲେ ୨୫ କୋଟି ଲେଖାଏଁ ଦିଆଯିବ ବୋଲି କୁହାଯାଇଛି। ଏହା ସହିତ ସରକାର ବଦଳିଗଲେ ସେମାନଙ୍କୁ ବଡ଼ ପଦପଦବୀ ଦିଆଯିବାକୁ କୁହାଯାଇଛି।