କ୍ରୀଡା ମନ୍ତ୍ରୀଙ୍କ ସହ ଆଲୋଚନା ପରେ, ଆନ୍ଦୋଳନରୁ ଘଟିଲେ ରେସଲର୍
ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜନ୍ତରମନ୍ତରରେ ଚାଲିଥିବା ରେସଲରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ରେସଲରମାନେ ଆଣିଥିବା ଯୌନ ନିର୍ୟାତନା ଅଭିଯୋଗର ତଦନ୍ତ ପାଇଁ ଏକ ୭ ଜଣିଆ କମିଟି ଗଠନ କରିଛି ଅଲିମ୍ପିକ୍ସ ଆସୋସିଏଏସଏନ୍।
ଏହି ୭ ଜଣିଆ କମିଟିରେ ମେରୀ କମ୍, ଦୋଳା ବାନାର୍ଜୀ, ଯୋଗେଶ୍ୱର ଦତ୍ତଙ୍କ ଭଳି ବରିଷ୍ଠ ଖେଳାଳି ରହିଛନ୍ତି। ବ୍ରିଜଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ତଦନ୍ତ ହେବ। କମିଟି ଘଟଣାର ଅନୁଧ୍ୟାନ ଓ ଖୋଲତାଡ଼ ପରେ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବେ।