କଂଗ୍ରେସ ଛାଡି ଆପରେ ମିଶିଥିବା ପୁଣି କଂଗ୍ରେସକୁ ଫେରିଛନ୍ତି

0

ନୂଆଦିଲ୍ଲୀ:  ଦିଲ୍ଲୀ କଂଗ୍ରେସ ଉପ ସଭାପତି ଅଲୀ ମେହଦି ୟୁ-ଟର୍ଣ୍ଣ ନେଇଛନ୍ତି। ସେ ରାତି ପ୍ରାୟ ୨ଟା ବେଳେ ଗୋଟିଏ ଭିଡିଓ ଜାରି କରି ପୁଣି କଂଗ୍ରେସରେ ମିଶିଥିବା ସୂଚନା ଦେଇଛନ୍ତି। ଏଥିସହ ଆପ୍‌ରେ ସାମିଲ ହୋଇ ସେ ବହୁତ ବଡ଼ ଭୁଲ କରି ଦେଇଥିବା କହି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏହାବାଦ ସେ ନିଜକୁ ରାହୁଲ ଗାନ୍ଧିଙ୍କ ଜଣେ କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ କହିଛନ୍ତି।

ଭିଡିଓ ଜାରି ମେହଦି କହିଛନ୍ତି ଆପ୍‌ରେ ମିଶିଥିବା ନବ ନିର୍ବାଚିତ କାଉନସିଲର ସାବିଲା ବେଗମ ଓ ନାଜିଆ ଖାତୁମ ମଧ୍ୟ ପୁଣି କଂଗ୍ରେସକୁ ଫେରିଛନ୍ତି। ରାତି ପ୍ରାୟ ୧.୨୫ ମେହଦି ଜାରି କରିଥିବା ଭିଡିଓରେ ହାତ ଯୋଡ଼ି କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ ଭିଡିଓ ସେ ରାତି ୨.୦୩ରେ ପୋଷ୍ଟ କରିଛନ୍ତି।

ଭିଡିଓ ଜାରି କରି ସେ କହିଛନ୍ତି ଯେ “ମୁଁ ବହୁ ବଡ଼ ଭୁଲ କରିଦେଇଛି। ମୋ ବାପା ଦୀର୍ଘ ୪୦ ବର୍ଷ ହେଲା କଂଗ୍ରେସରେ ରହିଛନ୍ତି। ମୁଁ ମଧ୍ୟ କଂଗ୍ରେସରେ ରହିଛି। କାଉନସିଲର ନାଜିଆ ଖାତୁନ, କାନସିଲର ସାବିଲା ବେଗମ ଓ ଆମ ବ୍ଲକ ସଭାପତି ଅଲୀମ ଅନସାରୀ ଯିଏ ୩୦୦ ଭୋଟରେ ହାରିଥିଲେ ସେ ମଧ୍ୟ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି। ଆମେ ସମସ୍ତେ କଂଗ୍ରେସରେ ଥିଲୁ, ଅଛୁ ଓ ରହିବୁ। ଆମେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର କାର୍ଯ୍ୟକର୍ତ୍ତା। ରହୁଲ ଗାନ୍ଧି ଜିନ୍ଦାବାଦ।”

Leave A Reply

Your email address will not be published.