ମମତାଙ୍କ ଇସ୍ତଫା ପରେ ବିଜେଡିର ଚେତା ପଶିଲା, ଦଳୀୟ ନେତାଙ୍କୁ ପରାମର୍ଶ ଦେଇ ନବୀନ କହିଲେ…

0

ଭୁବନେଶ୍ୱର (ଆମ ଟିଭି): ମୟୂରଭଞ୍ଜ ଜିଲା ବିଜେଡି ନେତୃବୃନ୍ଦ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ଜିଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ବିଜେଡି ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି। ଏଥିନେଇ ଧନ୍ୟବାଦ ଜଣାଇବା ସହ ନବୀନ କହିଛନ୍ତି, ଲୋକଙ୍କ ସହିତ ସମ୍ପର୍କକୁ ମଜଭୁତ କରନ୍ତୁ। ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲାରେ ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଙ୍ଗଠନକୁ ଦୃଢ଼ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରତିନିଧି ଦଳରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ବର ପାତ୍ର, ଜିଲା ପରିଷଦ ସଭାପତି ଭାରତୀ ହାଂସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍‌, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନ୍‌ଗୋ, ଅନସୂୟା ପାତ୍ର, ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲାର ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଜୁଲାଇ ୩୧ରେ ମମତା ମହାନ୍ତ ରାଜ୍ୟ ସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ଦଳ ଉପରେ କୌଣସି ପ୍ରଭାବ ନାହିଁ ବୋଲି ଜିଲାର ଦଳୀୟ ନେତାମାନେ ବିଜେଡି ସଭାପତିଙ୍କୁ ଭେଟି ଏହି ବାର୍ତ୍ତା ଦେଇଥିବା ନେଇ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.