ନୂଆଦିଲ୍ଲୀ (ଆମ ଟିଭି): ପିଆଜ ଦର ବୃଦ୍ଧି ଖାଉଟିଙ୍କ ଉପରେ ଗଭୀର ପ୍ରଭାବ ପକାଉଛି । ଏମିତିକି ଅନେକଙ୍କ ରୋଷେଇ ଘରୁ ପିଆଜ ଉଭାନ ହୋଇଗଲାଣି । ଏହାରି ଭିତରେ ପୁଣି ଖାଉଟିଙ୍କ ଟେନସନ୍ ବଢାଇଛି ରସୁଣ ଦର । କିଲୋ ପିଛା ରସୁଣ ୨୪୦ ଟଙ୍କା ଛୁଇଁଲାଣି । ସପ୍ତାହକ ମଧ୍ୟରେ ପିଆଜ ଦର ୪୦ ଟଙ୍କା ବଢିଲାଣି ।
ଦର ବୃଦ୍ଧି ଯୋଗୁ ସମ୍ବଲପୁର ବଜାରରେ ପିଆଜ, ରସୁଣ ଦୋକାନରେ ଆଉ ଗ୍ରାହକଙ୍କୁ ଦେଖିବାକୁ ମିଳୁନାହିଁ । ଫଳରେ ବ୍ୟବସାୟକୁ ନେଇ ଚିନ୍ତା ପଡିଯାଇଛି ପିଆଜ, ରସୁଣ ବ୍ୟବସାୟୀ । ୭ ଦିନ ତଳେ ପିଆଜ କିଲୋ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୭୦ରୁ ୮୦ ଟଙ୍କା ଦାମରେ ବିକ୍ରି ହେଉଛି । ରସୁଣ ଦର କେଜି ପ୍ରତି ୨୪୦ରୁ ଅଢେଇ ଶହ ଟଙ୍କାରେ ବ୍ରିକ୍ରି ହେଉଛି ।