ଅପରେସନ ସିନ୍ଦୂର ପରେ ବିଶ୍ୱରେ ବଢୁଛି ବ୍ରହ୍ମୋସ୍‌ର ଚାହିଦା ; ଏହାକୁ ନେବା ପାଇଁ ଚାହୁଛି ଅନେକ ଦେଶ

0

ଅପରେସନ୍ ସିନ୍ଦୂର ପରେ ବ୍ରହ୍ମୋସ୍‌ ମିସାଇଲ୍‌ର ଚାହିଦା ବଢ଼ିଛି । ବିଭିନ୍ନ ଦେଶ ଏବେ ବ୍ରହ୍ମୋସ୍‌ କିଣିବାକୁ ଭାରତ ପାଖରେ ଲାଇନ୍‌ ଲଗାଇଲେଣି । ଭାରତର ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ୍‌’ ଅପରେସନ୍ ସିନ୍ଦୂରରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ବିଶ୍ୱର ଅନେକ ଦେଶରେ ବ୍ରହ୍ମୋସର ଚାହିଦା ବୃଦ୍ଧି ପାଇଛି । ପାକିସ୍ତାନ ବିରୋଧରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏହି ଅଭିଯାନରେ ବ୍ରହ୍ମୋସ ମିସାଇଲ୍ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା, ଯାହା ଏହାର ଅତ୍ୟାଧୁନିକ କ୍ଷମତାକୁ ପ୍ରମାଣିତ କରିଛି । ଏହାକୁ ଦେଖି ଭିଏତନାମ, ସାଉଦି ଆରବ ସମେତ ଅନେକ ଦେଶ ଏହି ମିସାଇଲ୍ କିଣିବାକୁ ଆଗ୍ରହୀ ହୋଇଛନ୍ତି । ବ୍ରହ୍ମୋସ୍‌ ଭାରତ ଓ ରୁଷିଆର ମିଳିତ ଉଦ୍ୟୋଗ ଜାହାଜ, ଯାହାକି ସ୍ଥଳ, ବିମାନ ଓ ଜଳ ଜାହାଜରୁ ଉତ୍‌କ୍ଷେପଣ କରାଯାଇପାରେ । ଏହାର ରେଞ୍ଜ ୮୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଅପରେସନ୍ ସିନ୍ଦୂରରେ ପାକିସ୍ତାନର ୧୧ଟି ବିମାନ ଘାଟି ଓ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି ବ୍ରହ୍ମୋସ୍‌

ଭିଏତନାମ ଚୀନ୍‌ ବିରୋଧରେ ନିଜର ନୌସେନା ଶକ୍ତି ବୃଦ୍ଧି ପାଇଁ ୭୦୦ ମିଲିୟନ୍ ଡଲାରର ବ୍ରହ୍ମୋସ୍‌ ପାଇଁ ଚୁକ୍ତି କରିଛି

ଇଣ୍ଡୋନେସିଆ ୪୫୦ ମିଲିୟନ୍ ଡଲାରର ଚୁକ୍ତି ପାଇଁ ଭାରତ ସହ ଆଲୋଚନା କରୁଛି

ମାଲେସିଆ ନିଜର ସୁଖୋଇ ଯୁଦ୍ଧବିମାନ ଓ ନୌସେନା ଜାହାଜ ପାଇଁ ବ୍ରହ୍ମୋସ୍‌ କିଣିବାକୁ ଚାହୁଛି

ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ଓମାନ ଓ ଇଜିପ୍ଟ ମଧ୍ୟ ଏହି ମିସାଇଲ୍ ପାଇଁ ଆଗ୍ରହୀ

ଫିଲିପାଇନ୍ସ ଜାନୁଆରୀ ୨୦୨୨ରେ ୩୭୫ ମିଲିୟନ୍ ଡଲାରରେ ବ୍ରହ୍ମୋସ୍‌ କିଣିଥିଲା,ଯାହା କି ଭାରତର ପ୍ରଥମ ବଡ଼ ପ୍ରତିରକ୍ଷା ରପ୍ତାନୀ ଥିଲା

ଥାଇଲ୍ୟାଣ୍ଡ୍‌, ସିଙ୍ଗାପୁର, ବ୍ରୁନେଇ, ବ୍ରାଜିଲ, ଚିଲି, ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟ ବ୍ରହ୍ମୋସ୍‌ ପାଇଁ ଭାରତ ସହ ଯୋଗାଯୋଗରେ ଅଛନ୍ତି

Leave A Reply

Your email address will not be published.