ପରାଜୟ ପରେ ନିଜମତ ରଖିଲେ ଶଶି ଥରୁର

0

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ନିଜ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କଠାରୁ ଶଶି ଥରୁର ପରାସ୍ତ ହୋଇଛନ୍ତି। ଏହାକୁ ନେଇ ଶଶି ଥରୁର କହିଛନ୍ତି ଯେ, ଦଳର ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପଛରେ ଥିବା ପ୍ରଥମରୁ ଏହା ସ୍ପଷ୍ଟ ହୋଇଥିଲା। ଏମିତିକି କି ମଲ୍ଲିକାର୍ଜୁନ ସପକ୍ଷରେ ଭୋଟ ଦେବାକୁ ପ୍ରଚାର ହୋଇଥିଲା । ମୁଁ କିନ୍ତୁ ଏହି ଫଳାଫଳରେ ଚିନ୍ତିତ ନୁହଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଦଳର ଆଭିମୁଖ୍ୟ ମୋ ବିପକ୍ଷରେ ଥିଲା। ଖାଡ଼ଗେଙ୍କ ସପକ୍ଷରେ ଭୋଟ ପାଇଁ ଇସାରା ଦିଆଯାଇଥିବା ମୁଁ ଅବଗତ ଥିଲି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୋହସିନା କିଡୱାଇଙ୍କ ଜୀବନୀ ବହି ଉନ୍ମୋଚନ ଉତ୍ସବରେ ଶ୍ରୀ ଥରୁର ଯୋଗ ଦେଇ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପରାଜୟ ପାଇ ମୁଁ ବିବ୍ରତ ନୁହଁ। ମୁଁ ସୋନିଆ ଗାନ୍ଧିଙ୍କ ସହ କଥା ହୋଇଥିଲି।

ସୋନିଆ ଗାନ୍ଧି କହିଥିଲେ ଯେ, ଆମ ଦଳ ଭିତରେ ନେତାମାନେ କେହି ଜଣକୁ ସମର୍ଥନ କରିବେ, ତାହା କୌଣସି ଆଶ୍ଚର୍ଯ୍ୟଜନକ ନୁହଁ। ଦଳର ସଭାପତି ଭାବେ ବିଜୟ ହେବା ପରେ ନିଜର ଟ୍ୱିଟର ପ୍ରୋଫାଇଲ ପରିବର୍ତ୍ତନ କରି ନୂଆ ପରିଚୟ କଂଗ୍ରେସ ସଭାପତି ବୋଲି ଲେଖିଛନ୍ତି ଖାଡ଼ଗେ। ତେବେ ଗତକାଲି କଂଗ୍ରେସ ସଭାପତି ନିର୍ବାଚନରେ ଉତ୍ତରପ୍ରଦେଶରେ ବଡ଼ ଧରଣର ଅନିୟମିତତା ହୋଇଥିବା ଶଶି ଥରୁର୍‌ ଅଭିଯୋଗ ଆଣିଥିଲେ। ଏହା ଉପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ (ସିଇଏ) ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ପ୍ରବଳ ବର୍ଷିଛନ୍ତି। ଥରୁରଙ୍କ ମୁଖ୍ୟ ନିର୍ବାଚନ ପ୍ରତିନିଧିଙ୍କୁ ଏକ ଚିଠି ଲେଖି ମିସ୍ତ୍ରୀ କହିଛନ୍ତି, ମତେ କହିବାକୁ ଖୁବ୍‌ ଖରାପ ଲାଗୁଛି ଯେ ଆପଣ ମୋ ପାଖରେ ଗୋଟିଏ କଥା ଏବଂ ଗଣମାଧ୍ୟମ ଆଗରେ ଭିନ୍ନ କଥା କହୁଛନ୍ତି।

Leave A Reply

Your email address will not be published.