ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୋନିଆ

0

ନୂଆଦିଲ୍ଲୀ(ଆମ ଟିଭି): ଦୀର୍ଘଦିନ ହସ୍ପିଟାଲରେ ରହଣି ପରେ ସୋମବାର ସନ୍ଧ୍ୟାରେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘରେ ଏବେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଦଳର ମହାସଚିବ ଜୟରାମ ରମେଶ ଟୁଇଟ କରି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା। ଜୁନ ୧୨ ରେ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେପଟେ ପ୍ରବରତ୍ତନ ନିର୍ଦ୍ଦେଶାଳୟ (ଇଡି) ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛି। ତାଙ୍କୁ ଜୁନ ୨୩ ରେ ଇଡି ପାଖରେ ହାଜରେ ହେବା ପାଇଁ କହିଛି । ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ ରେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ କରୋନା ଭାଇରସରେ ସଂକ୍ରମିତ ହେବାରୁ ଆଉ ଏକ ତାରିଖ ଧାର‌୍ୟ୍ୟ କରାଯାଇଛି।

Leave A Reply

Your email address will not be published.