ସୁସ୍ଥ ହେବାପରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

0

ପୁରୀ (ଆମ ଟିଭି): ଦୀର୍ଘ ଦିନ ଧରି ଅଣସର ଘରେ ରହିବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ହେଉଛି ମହାପ୍ରଭୁଙ୍କର ବନକଲାଗୀ ନୀତି । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କରିବେ ଭକ୍ତ । ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ ।

ଆସନ୍ତାକାଲି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ରହିଥିବାରୁ ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସାଢ଼େ ୭ଟାରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ ୯ଟା ପର୍ୟ୍ୟନ୍ତ ହେବ । ଏବଂ ୯ଟା ଠାରୁ ୧୧ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ ।

Leave A Reply

Your email address will not be published.