*ଶ୍ରୀଜଗନ୍ନାଥ ପରେ ପୁଣି ଏକ ନୂଆ ବହୁଭାଷୀ ଚଳଚ୍ଚିତ୍ର ଜୟ ମା ସମଲେଈ” ର ଶୁଭ ମହୁରତ*

0

ଭୁବନେଶ୍ୱର:ମାଆ ସମଲେଈ ପ୍ରକଳ୍ପ ର ଲୋକାର୍ପଣ ପରେ ମାଆ ଙ୍କର ଗାଥା ଓ ମହିମା କୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ “ଜୟ ମା ସମଲେଈ” ବହୁଭାଷୀ ଚଳଚ୍ଚିତ୍ର ର ଶୁଭ ମହୁରତ ମାଆ ସମଲେଈ ପୀଠ, ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ୧୫ ଟି ଭାଷାରେ ମୁକ୍ତିଲାଭ କରିଥିଲା । ମାଆ ସମଲେଈ ଚଳଚ୍ଚିତ୍ର ମଧ୍ୟ ବହୁଭାଷା ରେ ମୁକ୍ତିଲାଭ କରିବା ଲକ୍ଷ୍ୟ ନେଇ ନିର୍ମାଣ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶକ ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ରହିଛନ୍ତି ।

ଶୁଭ ମହୁରତ ଅବସରରେ ସମ୍ବଲପୁର ର ବିଶିଷ୍ଟ ତଥା ସମ୍ମାନନୀୟ ବ୍ୟକ୍ତିତ୍ୱ ପ୍ରଫେସର ଆଦିତ୍ୟ ପାଢ଼ୀ, ଅର୍ଜୁନ ପଣ୍ଡା,ହେମନ୍ତ ମହାପାତ୍ର, ତପସ୍ୱିନୀ ଗୁରୁ,ଅରବିନ୍ଦ ମହାପାତ୍ର,ପରେଶ ଚନ୍ଦ୍ର ମହାପାତ୍ର, ଜିତେନ୍ଦ୍ରୀୟ ହୋତା, ସୁଶାନ୍ତ ମହାପାତ୍ର, ମଣ୍ଟୁ ମହାପାତ୍ର, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ପ୍ରଣୟ ଜେଠୀ,କୁମାର ସି. ଦେବ. ମହାପାତ୍ର,ପ୍ରିତିଶ ଦାସ, ଗୋପାଳ ପ୍ରଧାନ,ପ୍ରଯୋଜିକା ସନଲିଶା ପଟେଲ ପ୍ରମୁଖ ଯୋଗଦେଇଥିଲେ l

Leave A Reply

Your email address will not be published.