ଇମ୍ରାନଙ୍କୁ ଗିରଫ ପରେ ଜଳୁଛି ପାକିସ୍ତାନ

0

ନୂଆଦିଲ୍ଲୀ (ଆମ ଟିଭି): ଇମ୍ରାନଙ୍କୁ ଗିରଫ ପରେ ପାସ୍ତିସ୍ଥାନରେ ଏବେ ରାଜନୀତି ହଲଚଲ ହୋଇଛି । ଏବେ ପୁରା ପାକିସ୍ତାନ ଅଶାନ୍ତ ହୋଇ ପଡିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନଙ୍କ ସମର୍ଥକମାନେ ହିଂସା କରିବାରେ ଲାଗିଛନ୍ତି । ପେଶାୱର, ଇସଲାମାବାଦ, ଲାହୋର, କରାଚି ଓ ରାୱଲପିଣ୍ଡ ସମତେ ଦେଶର ବିଭିନ୍ନ ଭାଗରେ ଇମ୍ରାନଙ୍କ ସମର୍ଥକମାନେ ଭଙ୍ଗାରୁଜା କରିବା ସହ କିଛି ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ହିଂସାକାଣ୍ଡରେ ଏପର୍ୟ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ପ୍ରଶାସନ ତରଫରୁ ଇସଲାମାବାଦରେ ରେଡ ଆଲର୍ଟ ଜାରି କରାଯାଇଛି । ବୈଦେଶିକ ଦୂତାବାସରେ ରହୁଥିବା କର୍ମଚାରୀମାନଙ୍କୁ ବାହାରକୁ ନବାହରିବା ପାଇଁ ପରାମର୍ଶ ଦିଆଯାଇଛି । ଇମ୍ରାନଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ମଙ୍ଗଳବାର ରାତିରେ ରାୱଲପିଣ୍ଡିରେ ଥିବା ସେନାର ମୁଖ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏହାସହ ଲାହୋର ଠାରେ ଥିବା ରାଜ୍ୟପାଳଙ୍କ ଭବନରେ ମଧ୍ୟ ଇମ୍ରାନଙ୍କ ସମର୍ଥକମାନେ ନିଆଁ ଲଗାଇ ଦେଇଥିଲେ । କେବଳ ରାଜ୍ୟପାଳଙ୍କ ଭବନ ନୁହେଁ ଏହାସହ ଜଣେ କମାଣ୍ଡରଙ୍କ ଘରେ ନିଆଁ ଲଗାଇଦେବା ସହ କିଛି ସେନା ଅଫିସରଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ।

 

Leave A Reply

Your email address will not be published.