“ଭାରତ ଯୋଡ଼ୋ’ ଯାତ୍ରା ପରେ କଂଗ୍ରେସ ଆରମ୍ଭ କରିବ “ହାତରେ ହାତ ଯୋଡ଼ୋ ଯାତ୍ରା’

0

ନୂଆଦିଲ୍ଲୀ(ଆମ ଟିଭି): ସାରା ଦେଶରେ କଂଗ୍ରେସକୁ ଆହୁରି ସକ୍ରିୟ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ୮୮ ଦିନରେ ପହଂଚିଛି । ଏହାକୁ ଚାରିଆଡୁ ଜନସମର୍ଥନ ମିଳୁଥିବା ବେଳେ ବିଭିନ୍ନ ବର୍ଗର ଲୋକ ରାହୁଲଙ୍କ ସହ ପାଦରେ ପାଦ ମିଳାଇ ଚାଲୁଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ଜୟରାମ ରମେଶ ଏକ ବଡ ଘୋଷଣା କରିଛନ୍ତି ।

ସେ କହିଛନ୍ତି କି ଜାନୁଆରୀ ୨୬ ତାରିଖରୁ କଂଗ୍ରେସ ପକ୍ଷରୁ ପୁଣି ଏକ ନୂଆ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରାର ନାମ ରହିଛି ‘ହାତରେ ହାତ ଯୋଡ’ । ଏହି ଯାତ୍ରା ୩ ଟି ସ୍ତରରେ ହେବ । ଯଥା ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ଯାତ୍ରା କରାଯିବ । ପ୍ରଥମେ ବ୍ଲକ ପରେ ଜିଲ୍ଲା ଓ ଶେଷରେ ରାଜ୍ୟ ସ୍ତରରେ ଅଧିବେଶନ କରାଯିବ । ଏହି ଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭାଗ ନେବେ ବୋଲି ଜୟରାମ ରମେଶ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.