ବିବାଦ ପରେ ଫିଲ୍ମ ପଠାନ ରୁ ହଟିବ ଗେରୁଆ

0

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ର ବେସରମ ଗୀତକୁ ନେଇ ବିବାଦ ତେଜିବା ପରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି ) ହସ୍ତକ୍ଷେପ କରିଛି। ଚଳଚ୍ଚିତ୍ରର ଏହି ଗୀତରେ କେତେକ ଅଂଶ ପରିବର୍ତ୍ତନ କରିବାକୁ ସିବିଏଫସି ପରାମର୍ଶ ଦେଇଛି। ଗୀତ ସହ ଫିଲ୍ମର କେତେ ଭାଗକୁ ମଧ୍ୟ ପରିବର୍ତ୍ତନ ପାଇଁ ସିବିଏଫସି ପରାମର୍ଶ ଦେଇଛି। ଏନେଇ ସିବିଏଫସି ଅଧ୍ୟକ୍ଷ ପ୍ରସୁନ ଯୋଶୀ ସୂଚନା ଦେଇଛନ୍ତି। ନିକଟରେ ଫିଲ୍ମଟିକୁ ପ୍ରମାଣପତ୍ର ପାଇଁ ସିବିଏଫସି ଯାଞ୍ଜ କମିଟିରେ ପହଞ୍ଚିଥିଲା।

ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଇଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ୍‌’ ୨୦୨୩ ଜାନୁଆରୀରେ ରିଲିଜ୍‌ ହେବାର ଯୋଜନା ରହିଛି। ମୁଖ୍ୟ ଚରିତ୍ର ଶାହରୁଖ ‌ଖାନ୍ ଏବଂ କୋ-ଷ୍ଟାର ଦୀପିକାଙ୍କ ବ୍ୟତୀତ ଜନ୍‌ ଆବ୍ରାହମ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ତେବେ ଫିଲ୍ମରେ ‘ବେଶରମ୍‌ ରଙ୍ଗ୍‌’ ଗୀତକୁ ନେଇ ବିବାଦ ଜୋର ଧରିଛି । ଦୀପିକା ଗୀତରେ ଗେରୁଆ ରଙ୍ଗ ବିକିନିରେ ନଜର ଆସିଛନ୍ତି ।

Leave A Reply

Your email address will not be published.