ବିବାଦ ପରେ ମୁହଁ ଖୋଲିଲେ କେନ୍ଦ୍ର ମନ୍ତ୍ରୀ

0

ଭାଗିଦାରୀରେ ଚାଲିଥିବା ବ୍ୟବସାୟ କରୋନା ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ବ୍ୟବସାୟରେ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟିକସ ଯୁକ୍ତ ଆୟ ୬୮୦ ଟଙ୍କାକୁ ଖସି ଯାଇଥିଲା। ଏକଥା ନିଜେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ୍ସ ଯୋଗେ କହିଛନ୍ତି।

କେରଳ ଥିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖରଙ୍କ ସତ୍ୟପାଠକୁ ନେଇ ବିବାଦ ଦେଖାଯାଇଛି। ୨୦୨୧-୨୦୨୨ ଆର୍ଥିକ ବର୍ଷରେ ତାଙ୍କ ଆୟ ୬୮୦ ଟଙ୍କା ରହିଥିବା ସେ ସତ୍ୟପାଠରେ ଦର୍ଶାଇଥିଲେ।

ଏହା ବିରୋଧରେ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। କମିଶନ ମଧ୍ୟ ସିବିଡିଟିକୁ ଯାଞ୍ଚ ପାଇଁ କହିଥିଲେ। ତଥାପି ବିବାଦ ବଢ଼ୁଥିବାରୁ ଆଜି ଚନ୍ଦ୍ରଶେଖର ନିଜେ ଏକ୍ସ ଉପରେ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

Leave A Reply

Your email address will not be published.