ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ, ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର ଓ ବାଲିଯାତ୍ରା ଉପରେ ବିଶେଷ ନଜର

0

ଭୁବନେଶ୍ୱର (ଆମ ଟିଭି): ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋ ଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି ।ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ସବୁ ଭାଇଟାଲ ଇନଷ୍ଟାଲେସନରେ ଜାରି ହୋଇଛି ଆଲର୍ଟ। ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂ କୁ ଜୋରଦାର କରିଛି ପୋଲିସ ।

ଦିଲ୍ଲୀ ବିସ୍ଫୋରଣ ପରେ କଟକରେ ଆଲର୍ଟ ହେଲା କମିଶନରେଟ ପୋଲିସ। ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ କଟକ ଡିସିପି ଋଷିକେଶ ଖିଲାରି। ବାଲିଯାତ୍ରା ପଡ଼ିଆ ଉପରେ ରହିବ ବିଶେଷ ନଜର। ଅଧିକ ସଂଖ୍ୟାରେ ସାଧା ପୋଷାକଧାରୀ ପୋଲିସ ମୃତୟନ୍ ପାଇଁ କମିଶନରେଟ ପୋଲିସର ସଜବାଜ। ପେଟ୍ରୋଲିଙ୍ଗ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ଡିସିପି। ସନ୍ଦେହଜନକ ଗତିବିଧି ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିର୍ଦ୍ଦେଶ। ଗୋଇନ୍ଦା ବିଭାଗକୁ ଅଧିକ ଆଲର୍ଟ କଲେ ଡିସିପି। ଦିଲ୍ଲୀ ବିସ୍ଫୋରଣ ପରେ ଚନ୍ଦ୍ରଭାଗା ଓ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚତୃପାର୍ଶ୍ଵ ଅଞ୍ଚଳରେ ହାଇ ଆଲାର୍ଟ। କୋଣାର୍କ ଥାନା, ଚନ୍ଦ୍ରଭାଗା ମେରାଇନ ଥାନା ଓ ରାମଚଣ୍ଡୀ ଥାନା ର ସମସ୍ତ ଷ୍ଟାପ ସଜାଗ ରହିବାକୁ ପୁରୀ ଏସ ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ।

 

Leave A Reply

Your email address will not be published.