ନିର୍ବାଚନ ସରିବା ପରେ ବଢିଲା ବଜାର ଦର; ପରିବା ଦର ଆକାଶ ଛୁଆଁ

0

ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ସରିବା ପରେ ବଢିଲାଣି ବଜାର ଦର । ବିଶେଷ କରି ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା ମାର୍କେଟରେ ବାଇଗଣ କିଲୋ ୨୦ରୁ ୪୦ ଟଙ୍କା ରହିଛି ।

କାକୁଡି ୮୦, ଝୁଡଙ୍ଗ ୧୦୦ ଟଙ୍କା ରହିଛି । ସେହିପରି ପୋଟଳ ୮୦ ଟଙ୍କା ଓ ଜହ୍ନି ୬୦ ଟଙ୍କାରେ ବିକ୍ରି ହେଉଛି । ଅଦା ରସୁଣ ବି ଏଥିରୁ ବାଦ ପଡିନାହାଁନ୍ତି । ପରିବା ଉଚ୍ଚ ଦର ଯୋଗୁଁ ମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ପରିବା କିଣିବା କଷ୍ଟକର ହେଉଛି ।

Leave A Reply

Your email address will not be published.