ସରିଲା ରାଜ୍ୟ କ୍ୟାବିନେଟର ବୈଠକ, ୧୭ ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ୱର(ଆମ ଟିଭି):ସରିଲା ରାଜ୍ୟ କ୍ୟାବିନେଟର ବୈଠକ, ୧୭ ପ୍ରସ୍ତାବରେ ବାଜିଲା ମୋହର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ପାଇକ ସ୍ମାରକୀ ପାଇଁ ଜିମି ଦେଇଛନ୍ତି ସରକାର। ବରୁଣେଇରେ ସହିଦ ସ୍ମାରକି ପାଇଁ ସରକାର ୯.୬୮ ଏକର ଜମି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏଥିସହିତ ସେହିଭଳି କ୍ୟାବିନେଟରେ ପ୍ରକଳ୍ପ ନିର୍ମାଣ ପାଇଁ ୧୪୯.୬୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅନୁମୋଦନ ହୋଇଛି। ଏଥି ସହିିତ ୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର ବାଜିଛି। ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିଛନ୍ତି। ପୁରୀ ଅବଢ଼ା’ ଯୋଜନାର ଧର୍ମାଶାଳା ନିର୍ମାଣ ପାଇଁ ୧୩୫ କୋଟି ଟଙ୍କା ଅନୁମୋଦନ । ରାୟଗଡ଼ା ୧୫ଟି ପାନୀୟଜଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ହୋଇଛି।ସେହିଭଳି ମାନ୍ୟବର ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟକୁ ମଞ୍ଜରି ହୋଇଛି। ସେହିପରି ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ସେହିଭଳି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ‘JJM- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍ ମଞ୍ଜୁରୀ ମିିଳିଛି। ୨୪ ମାସ ମଧ୍ୟ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା( ନିଯୁକ୍ତ ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନୟମାବଳୀ-୨୦୧୨ ରୁ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକ୍ପର ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ବ୍ୟତୀତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣବକ୍ଷଣ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହାକୁ ୩୬ ମାସ ମଧ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ମୋଟ ଏକର ୭.୯୭୫ଡି ସରକାରୀ ଜମିକୁ ବିଡିଏକୁ ଦେବା ପାଇଁ ରାଜ୍ୟ ସରାକର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଏକକ ୪.୧୪୮ଡି ସରକାରୀ ଜିମକୁ ଲିଜ ସୂତ୍ରେ ଏବଂ ଏକର ୩.୪୪୭ ଜିମକୁ ସର୍ବସାଧାରଣ ବ୍ୟବହାର ନିମନ୍ତେ ଅନୁମତି ପ୍ରାପ୍ତ ଅଧିଗ୍ରହଣ ଦୋବପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ମୋଟ ୬୧୭ କୋଟି ୯୭ ହାଜର ଟଙ୍କା ରାଜସ୍ବ ଦେୟ ଛାଡ଼ ପାଇଁ କ୍ୟାବିନେଟରେ ମୋହର ବାଜିଛି।