ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଲ ଆଶ୍ରୟ

0

ବିଦ୍ରୋହିଙ୍କ କବଜାରେ ସିରିଆ। ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଲ ଆଶ୍ରୟ। ରାଷ୍ଟ୍ରପତି ପଳାଇବା ପରେ ତାଙ୍କ ବାସବଭନ ଲୁଟି ଉତ୍ସବ ମନାଇଲେ ବିଦ୍ରୋହୀ। ଶେଷର ୧୧ ଦିନର ବିଦ୍ରୋହର ଅନ୍ତ ଘଟିଛି। ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି।

ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିତ୍ୟୁତ ହୋଇଛି। ଘଟଣା ଉପରେ ସାରା ବିଶ୍ବର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ବାଗତ ଜଣାଇଛନ୍ତି।  ବିଦ୍ରୋହୀମାନେ ରାଜଧାନୀ ଡାମସକସ୍ କବଜା କରିଥିବା ବେଳେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶଛାଡ଼ି ପଳାଇଯାଇଛନ୍ତି।  ହୟାତ ତହରିର ଅଲ ଶାମ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଥିବା ବେଳେ ଏବେ ସେମାନେ ରାଜଧାନୀ ଡାମସକସରେ ପଶିଛନ୍ତି। ଏହାସହ ଏକାଧିକ ଅଚଳକୁ ନିଜ କବଜାକୁ ନେଉଛନ୍ତି।

ଅନ୍ୟପଟେ ଦେଶର ସେନା ରାଜଧାନୀକୁ ବଞ୍ଚାଇବାକୁ ଯେପରି ଲଢ଼େଇ କରିବା କଥା ସେପରି କିଛି ଦେଖିବାକୁ ମିଳୁନାହିଁ।  ୨୦୧୦ରେ ଯେତେବେଳେ ଆରବ ସ୍ପ୍ରିଙ୍ଗ ଆରମ୍ଭ ହୋଇଥିଲା, ଆଉ ଟ୍ୟୁନିସିଆ ଓ ୟେମେନ ପରି ଦେଶରେ ସରକାର ବଦଳାଇବାକୁ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଥିଲା। ସେତେବେଳେ ସିରିଆରେ ମଧ୍ୟ ବଡ଼ ଧରଣର ବିକ୍ଷୋଭ ଓ ପ୍ରଦର୍ଶନ ହୋଇଥିଲା। ହେଲେ ଅସଦ ସରକାର ସେନା ଜରିଆରେ ଏହାକୁ ଦମନ କରବାକୁ ଚେଷ୍ଟା କରିଥିଲେ। ଫଳରେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଅସଦ ସରକାରକୁ ରୁଷ୍ ଓ ଇରାନ ପରି ଦେଶ ସହାୟତା କରିଆସୁଥିଲେ।

Leave A Reply

Your email address will not be published.