ବାତ୍ୟା ପରେ ପୁଣି ବଢ଼ିଲା ଶୀତ

0

ଭୁବନେଶ୍ବର (ଆମ ଟିଭି): ପୁଣି ଶୀତ ବଢ଼ାଇଲା ବାତ୍ୟା। ଜାଡ ବଢାଇଲା ବାତ୍ୟା ମିଗଜୋମ । ଉପାନ୍ତରୁ ଉପକୂଳ ସବୁଠି କୋହଲା ପାଗ । ରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ । ସ୍ବାଭାବିକଠାରୁ ୫ ଡିଗ୍ରୀ ଖସିଲା ପାରଦ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତୁଆ ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିବ ।

ସେପଟେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ । ଟୁଇନ୍ ସିଟି କଟକ ଭୁବନେଶ୍ବରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.