ଫିଲ୍ମ ଦେଖିବା ପରେ ଭୋ ଭୋ ହୋଇ କାନ୍ଦିଲେ କର୍ଣ୍ଣାଟକ ମୁଖାମନ୍ତ୍ରୀ, ଜାଣନ୍ତୁ କାହିଁକି..

0

ବାଙ୍ଗାଲୋର(ଆମ ଟିଭି): ଫିଲ୍ମ ଦେଖି ଭୋ ଭୋ ହୋଇ କାନ୍ଦିଲେ କର୍ଣ୍ଣାଟକ ମୁଖାମନ୍ତ୍ରୀ । ହଁ ଆଜ୍ଞା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଏକ କାନ୍ଦୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦୁଥିବାର ନଜର ଆସିଛନ୍ତି । ଫଟୋରେ ସେ ନିଜ ଆଖିରୁ ଲୁହ ପୋଛୁଥିବାର ଦେଖିବାକୁ ମିଳୁଛି ।  ସେ ଏକ ଫିଲ୍ମ ଦେଖିବା ପରେ ସିନେମା ହଲ ବାହାରକୁ ଆସି ଏଭଳି କାନ୍ଦିଥିବାର କଥା ନଜରକୁ ଆସିଥିଲା । କୁହାଯାଉଛି ଯେ ଫିଲ୍ମଟି ଦେଖିବା ପରେ ତାଙ୍କର ନିଜ ପ୍ରିୟ କୁକୁର କଥା ମନେ ପଡିଯାଇଥିଲା ।

ବାସ୍ତବରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଫିଲ୍ମ ‘୭୭୭ ଚାର୍ଲି’ ଦେଖିଥିଲେ । ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ରଟି କୁକୁର ଏବଂ ଏହାର ମାଲିକଙ୍କ ସମ୍ପର୍କ ବିଷୟରେ କହିଥାଏ । ମୁଖ୍ୟମନ୍ତ୍ରୀ ବୋମ୍ମାଇ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ର ଦେଖିବା ପରେ ସେ ଭାବପ୍ରବଣ ହୋଇପଡିଥିଲେ । ଆଉ ତାପରେ ଭୋ ଭୋ ହୋଇ କାନ୍ଦିବାରେ ଲାଗିଲେ । କାରଣ ବୋମ୍ମାଇ ଜଣେ କୁକୁର ପ୍ରେମୀ। ଗତ ବର୍ଷ ତାଙ୍କ ପୋଷା କୁକୁରର ଦେହାନ୍ତ ହେବା ପରେ ତାଙ୍କର ହୃଦୟ ଭାଙ୍ଗି ପଡିଥିଲା ଓ ସେ କାନ୍ଦିବାକୁ ଲାଗିଥିଲେ। ଏହି ଚଳଚ୍ଚିତ୍ର ଦେଖିବା ପରେ ସେ ନିଜ କୁକୁରକୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ ।

Leave A Reply

Your email address will not be published.