ପୁଣି ଆତଙ୍କବାଦୀ ପ୍ରୀତି ଦେଖାଇଲା ଚୀନ

0

ନୂଆଦିଲ୍ଲୀ: ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି। ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ ଆଣିଥିବା ପ୍ରସ୍ତାବରେ ଅସମ୍ମତି ପ୍ରକାଶ କରିଛି। ଏହି ପ୍ରସ୍ତାବକୁ ଅଟକାଛି ଚାଇନା। ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବେଜିଂର ଚତୁର୍ଥ ଥର ପାଇଁ ଏଭଳି ଆଭିମୁଖ୍ୟ ସାମ୍ନାକୁ ଆସିଛି। ବିଶ୍ୱଦରବାରେ ଆତଙ୍କବାଦୀ ସଙ୍କଠନକୁ କଳାତାଲିକାଭୁକ୍ତ କରିବାରେ ବେଜିଂ ବାଧକ ସାଜିଛି। ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆଲୋଚନା ପାଇଁ ଭାରତ ଏକ ପ୍ରସ୍ତାବ ଦେଇଥିଲା।

ହେଲେ ଚାଇନା ତାର ଭିଟୋ ପାୱାର ପ୍ରୟୋଗ କରି ଏହି ଆଲୋଚନାକୁ ଅଟକାଇଛି। ତେବେ ୟୁଏସ ଟ୍ରେଜେରୀ ଡିପାର୍ଟମେଣଣ୍ଟ ୨୦୧୬ରେ ମହମ୍ମଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ପୂର୍ବରୁ ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିବା ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚାଇନା ଅଟକାଇ ଦେଇଛି। ମୀରକୁ କଳାତାଲିକା ଭୁକ୍ତ କରି ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ସମେତ ଏକାଧିକ ରାଷ୍ଟ୍ର ପ୍ରସ୍ତାବ ଆଗତ କରିଥିଲେ।

Leave A Reply

Your email address will not be published.