ବିହାର କ୍ୟାବିନେଟରୁ ଇସ୍ତଫା ଦେଲେ କୃଷି ମନ୍ତ୍ରୀ

0

ପାଟନା (ଆମ ଟିଭି): ବିହାରରେ କ୍ଷମତା ପରିବର୍ତ୍ତନ ପରେ ଲାଗି ରହିଛି ବାଦ ବିବାଦ । ଏହାରି ଭିତରେ ବିହାର କୃଷି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ସୁଧାକର ସିଂ । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । କେମୁର ଜିଲ୍ଲା ରାମଗଡ଼ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ସୁଧାକର ସିଂ ।

ବିହାରର ବରିଷ୍ଠ ଆରଜେଡି ନେତା ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର । କୃଷି ବିଭାଗରେ ହେଉଥିବା ଦୁର୍ନୀତି ସମ୍ପର୍କରେ କହି ଚର୍ଚ୍ଚାରେ ଥିଲେ ସୁଧାକର । ଜନସଭାକୁ ସମ୍ବୋଧିତ କରି ସେ କୃଷି ବିଭାଗରେ ଅନେକ ଚୋର ଥିବା ବେଳେ ସେ ନିଜେ ଚୋରଙ୍କ ସର୍ଦ୍ଦାର ବୋଲି କହିଥିଲେ । ଏହାକୁ ନେଇ ନୀତୀଶ କୁମାରଙ୍କ ସହ ସୁଧାକରଙ୍କ ଯୁକ୍ତିତର୍କ ହୋଇଥିବା କୁହାଯାଉଥିଲା । ଏହାଛଡ଼ା ୨୦୧୩ ଚାଉଳ ଦୁର୍ନୀତିରେ ସୁଧାକର ଅଭିଯୁକ୍ତ ଥିବା ବେଳେ ତାଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ଏହାକୁ ନେଇ ବିରୋଧୀ ଲଗାତାର ତାଙ୍କୁ ଟାର୍ଗେଟ କରୁଥିଲେ ।

Leave A Reply

Your email address will not be published.