ସମ୍ବଲପୁରକୁ କେନ୍ଦ୍ରୀୟ ଟିମ୍ ଗସ୍ତ ପୂର୍ବରୁ ବର୍ଷିଲା ବିଜେଡି

0

ଭୁବନେଶ୍ୱର(ଆମ ଟିଭି): ସମ୍ବଲପୁରରେ ହିଂସା ଘଟଣାକୁ ନେଇ ପୁଣି ପ୍ରତିକ୍ରିୟା ରଖିଲା ବିଜେଡି । ବିଜେପି କେନ୍ଦ୍ରୀୟ ଟିମର ସମ୍ବଲପୁର ଗସ୍ତ ପୂର୍ବରୁ ବର୍ଷିଲା ବିଜେଡି । ବିଜେପି ବିରୋଧରେ ବିଜେଡି ଆଣିଛି ବଡ଼ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ ନାଁ ନେଇ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । କହିଛନ୍ତି କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେଇ ଭୋଟ୍ ରାଜନୀତି ପାଇଁ ଚେଷ୍ଟା କରୁଛି ବିଜେପି । ଯାହା କି ନିନ୍ଦନୀୟ ବୋଲି କହିଛି ଦଳ ।

୨୦୧୪ ପରଠାରୁ ଦେଶରେ ସାଂପ୍ରଦାୟିକ ସଦଭାବ କ୍ଷୂର୍ଣ୍ଣ ହେଉଛି । ଆଜି କାହିଁକି ବିଜେପିର ସମ୍ବଲପୁର କଥା ମନେପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ୟ୍ୟ ।

Leave A Reply

Your email address will not be published.