ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ ବକ୍ସରୁ ମିଳିଲା ଡାଟା

0

ନୂଆଦିଲ୍ଲୀ(ଆମ ଟିଭି): ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ବ୍ଲାକବକ୍ସରୁ ମିଳିଲା ତଥ୍ୟ । ଜଣାପଡିବ କେମିତି ହୋଇଥିଲା ଫ୍ଲାଇଟ AI 171 ବିମାନ ଦୁର୍ଘଟଣା । ପ୍ଲେନ କ୍ରାସର କାରଣ କଣ ଥିଲା । ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଡାଟା ସଂଗ୍ରହ ଆରମ୍ଭ ହୋଇଛି ।

ଏୟାର ଇଣ୍ଡିଆର ଫ୍ଲାଇଟ AI 171 ବିମାନ ଦୁର୍ଘଟଣା ପରେ ଯାଞ୍ଚ ଏଜେନ୍ସୀ  ସଫଳତାର ସହ ମେମୋରି ମୋଡ୍ୟୁଲରୁ ତଥ୍ୟ ସଂଗ୍ରହ କରାଯାଇଛି । ଦୁଇଟି ଯାକ ବ୍ଲାକବକ୍ସରୁ କକପିଟ ଭଏସ ରେକର୍ଡର(CVR) ଓ ଫ୍ଲାଇଟ ଡାଟା ରେକର୍ଡର(FDR)ରୁ ଡାଟା ସଂଗ୍ରହ ହୋଇଥିବା ତଦନ୍ତ CA ପକ୍ଷରୁ କୁହାଯାଇଛି ।

ଏୟାର ଇଣ୍ଡିଆର ଫ୍ଲାଇଟ AI 171 ବିମାନ ଦୁର୍ଘଟଣା ପରେ ଯାଞ୍ଚ ଏଜେନ୍ସୀ ଏୟାରକ୍ରାଫଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ତଦନ୍ତ ଜୋର ଦାର କରିଛି ।

ସୂଚନାଯୋଗ୍ୟ, ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ୨୪୧ ଜଣ ପ୍ରାଣ ହରାଇଥିଲେ । ଏହାର ପରଦିନ ଦୁର୍ଘଟଣାସ୍ଥଳରେ ଏକ ଛାତ ଉପରୁ ପ୍ରଥମ ବ୍ଲାକ ବକ୍ସ ମିଳିଥିବା ବେଳେ ବିମାନର ଧ୍ବଂସାବଶେଷରରୁ ଦ୍ବିତୀୟ ବ୍ଲାକବକ୍ସ ମିଳିଥିଲା । ଦୁର୍ଘଟଣା କାରଣରକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜୁଛି ତାହା ମଧ୍ୟ ଦୂର ହେବ ।

Leave A Reply

Your email address will not be published.