ଗିଫ୍ଟ ସ୍ୱୟଂଶାସିତ କଲେଜରେ ଏଆଇ ଲର୍ଡିଂ ସଂଟର ଉଦ୍‌ଘାଟନ

0

ଭୁବନେଶ୍ୱର (ଆମ ଟିଭି): ଗିଫ୍ଟ ସ୍ଵୟଂଶାସିତ କଲେଜ ପରିସରରେ ରେଡିଂଟନ ଗ୍ରୁପ୍ ଦ୍ଵାରା ଏକ କର୍ପୋରେଟ ସାମାଜିକ ଦାୟିତ୍ଵ ପଦକ୍ଷେପ, ରେଲିଂଟନ ଫାଉଣ୍ଡେସନ ଦ୍ୱାରା ଏକ ଅତ୍ୟାଧୁନିକ କୁତ୍ରିମ ବୁଦ୍ଧିମତା ଶିକ୍ଷା କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି ।

ଏହି ଉଦ୍‌ଗାଟନୀ ଉତ୍ସବରେ ରେଲିଂଟନ ପାଉଣ୍ଡେସନର ବରିଷ୍ଠ ନେତୃତ୍ବ ଗ୍ଲୋବାଲ ଚିଫ୍ ସଷ୍ଟେନେବିଲିଟି ଅଫିସର ଶ୍ରୀଯୁକ୍ତ ଭେଙ୍କଟେଶ ରାଜେଶ୍ୱରନ, ସିଏସ୍‌ଆର ମୁଖ୍ୟ ଶ୍ରୀଯୁକ୍ତ ମୟୂର ପଟନାଲା, ପ୍ରକଳ୍ପ ମୁଖ୍ୟ ହେମନ୍ତ ଲୋହିଆ, ଗିଫ୍ଟର ଅଧ୍ୟକ୍ଷ ଡଃ. ତ୍ରିଲୋଚନ ସାହୁ ଏବଂ ମୁଖ୍ୟ ଅତିଥି ଭାବେ ଗିଙ୍କର ନିର୍ଦ୍ଦେଶକ ଡଃ. ପତିତପାବନ ପଣ୍ଡା ସମେତ ନିର୍ମାଣ ସଂଗଠନର ବରିଷ୍ଠ ନେତୃତ୍ବ ଦଳ ଉପସ୍ଥିତ ଥିଲେ ।

ମାଇକ୍ରୋସଫ୍ଟ ଏବଂ ହାଇଦ୍ରାବାଦ ସ୍ଥିତ ନିର୍ମାଣ ସଂଗଠନର ସହଯୋଗରେ ଆରମ୍ଭ ହୋଇଥିବା ଏହି ଐତିହାସିକ ପ୍ରକଳ୍ପଟି ଟାୟାର ୨ ଏବଂ ଟାୟାର ୩ ସହରଗୁଡ଼ିକରେ ଯୁବପିଢ଼ୀ ଏବଂ ଉଦ୍ୟୋଗୀମାନଙ୍କୁ ଉନ୍ନତ ପ୍ରଯୁକ୍ତି ବିଦ୍ୟାର ସୁବିଧା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଡଃ ସୌମେନ୍ଦ୍ର ପ୍ରସାଦ ରାଉତ ଦକ୍ଷତାର ସହ ପରିଚାଳନା କରିଥିଲେ ।

Leave A Reply

Your email address will not be published.