ଓଡ଼ିଶା କଂଗ୍ରେସକୁ ଏଆଇସିସିର ଅଣଦେଖା

0

ଭୁବନେଶ୍ୱର (ଆମ ଟିଭି): ଜାତୀୟ କଂଗ୍ରେସର ନୂଆ ଟିମ୍ ଘୋଷଣା ହୋଇଛି । ଏଥିରେ ଓଡ଼ିଶା କଂଗ୍ରେସକୁ ଏଆଇସିସିର ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି । କଂଗ୍ରେସ କାର୍ୟ୍ୟକାରିଣୀ କମିଟିରେ ନାହାନ୍ତି ଓଡ଼ିଶାର କୌଣସି ବି ନେତା । କେବଳ ୧୪ ଜଣିଆ ପ୍ରଭାରୀ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଓଡ଼ିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଥିବା ଅଭିଯୋଗ ଆଣିବା ସହ ଏନେଇ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ । ଦିଲ୍ଲୀ ଯାଇ ଦୁଇ ତିନି ଜଣ ନେତାଙ୍କୁ ସ୍ଥାନ ଦେବା ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

 

Leave A Reply

Your email address will not be published.