ଅସୁସ୍ଥ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

0

ଭୁବନେଶ୍ୱର :ଓଡିଆ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଓଡିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଏବଂ ଅନ୍ୟ ବ୍ୟକ୍ତିବିଶେଷ ଭେଟିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି ସାରା ଓଡ଼ିଶାବାସୀ ଏବଂ ତାଙ୍କୁ ଭଲ ପାଉଥିବା କୋଟି କୋଟି ସଙ୍ଗୀତପ୍ରେମୀ ।

କିଛି ଦିନ ତଳେ ପ୍ରଣବଙ୍କୁ ଡେଙ୍ଗୁ ହୋଇଥିଲା। ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛଦିନ ମେଡିକାଲରେ ଚିକିତ୍ସାଧୀନ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପରେ ପ୍ରଣବ ଅତ୍ୟଧିକ ଦୁର୍ବଳ ଅନୁଭବ କରିଥିଲେ। ତାଙ୍କୁ ପୁଣି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ତାଙ୍କ ପତ୍ନୀ କସ୍ତୁରୀକା ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.