କ୍ରାସ୍ ହେଲା ଏୟାରଫୋର୍ସର ଏୟାରକ୍ରାଫ୍ଟ, କଲେଜ୍ କୋଠାରେ ଧକ୍କା ହୋଇ ବିମାନରେ ଲାଗିଲା ନିଆଁ
ବାଂଲାଦେଶରେ କ୍ରାସ୍ ହେଲା ଏୟାରଫୋର୍ସର ଏୟାରକ୍ରାଫ୍ଟ । ରାଜଧାନୀ ଢାକା ନିକଟରେ ଏୟାରକ୍ରାଫ୍ଟ ଏଫ୍-୭ କ୍ରାସ୍ ହୋଇଛି । ବାଂଲାଦେଶର ରାଜଧାନୀ ଢାକାରେ ଏୟାରଫୋର୍ସର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ କଲେଜ୍ କ୍ୟାମ୍ପସରେ ଖସିପଡ଼ିଥିଲା । ରିପୋର୍ଟ ଅନୁଯାୟୀ ଦିନ ପ୍ରାୟ ୧.୩୦ ମିନିଟ୍ ସମୟରେ ଏୟାରକ୍ରାଫ୍ଟଟି କଲେଜ କୋଠା ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣା ପରେ ତୁରନ୍ତ କଲେଜ କ୍ୟାମ୍ପସରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଏଥିରେ ନିଆଁ ଲାଗିଯାଇଥିଲା, ଯାହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରହିଛି । ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଘଟଣା ବିଷୟରେ ସୂଚନା ଦେଇଛନ୍ତି । ବାଂଲାଦେଶ ସେନାର ସଦସ୍ୟ ଏବଂ ଅଗ୍ନିଶମ ସେବା ଏବଂ ନାଗରିକ ସୁରକ୍ଷାର ଆଠଟି ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।