ଭୁବନେଶ୍ୱରେ ଶକ୍ତି ଦେଖାଇଲା ବାୟୁସେନା: ସୁର୍ଯ୍ୟକିରଣ ଏୟାର ସୋ ଦେଖଲା ସାରା ଓଡ଼ିଶା
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ଶକ୍ତି ଦେଖାଇଲା ଭାରତୀୟ ବାୟୁସେନା । ସୂର୍ୟ୍ୟକିରଣ ଏୟାର ସୋ ଦେଖିଲେ ରାଜଧାନୀବାସୀ । ବାୟୁସେନା ଦେଖାଇଛି ତାର ଦମଦାର ପ୍ରଦର୍ଶନ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ୟ୍ୟକିରଣ ସୋ । ଦେଖିବାକୁ ମିଳିଲା ଶହ ଶହ ସଂଖ୍ୟାରେ ଭିଡ । ଆକାଶରେ ଗର୍ଜିଥିଲା ୯ ଲଢୁଆ ହକ୍ ବିମାନ । ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ବିମାନ ।
ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।