ତୱାଙ୍ଗ ସଂଘର୍ଷ ପରେ ଏଲଏସିରେ ଶକ୍ତି ଦେଖାଇବ ବାୟୁସେନା

0

ନୂଆଦିଲ୍ଲୀ(ଆମ ଟିଭି): ତୱାଙ୍ଗ ସୀମାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ପରେ ଆଜି ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିବ । ଭାରତ ବାୟୁସେନାର ସୁଖୋଇ, ରାଫେଲ ସମେତ ଫ୍ରଂଟଲାଇନ୍ ଲଢୁଆ ବିମାନ ସୀମାରେ ଗର୍ଜନ କରିବେ । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ ସେନାକୁ ତାରି ଭାଷାରେ ଜବାବ ଦେବାକୁ ଯୋଜନା କରିଛି ଭାରତୀୟ ବାୟୁସେନା । ଚୀନ ସେନା ବିରୋଧରେ ଆଜିଠୁ ଭାରତ-ତିବତ ସୀମାରେ ସମାରଭ୍ୟାସ ଆରମ୍ଭ ହେବ, ଯାହା ଦୁଇ ଦିନ ଧରି ଚାଲିବ । ଯେଉଁଥିରେ ଏୟାରଫୋର୍ସର ଲଢୁଆ ବିମାନ, ହେଲିକପ୍ଟର ଓ ପରିବହନ ବିମାନ ସାମିଲ ହେବେ ।

ବଡକଥା ହେଉଛି, ଏବେ ସୀମାରେ ହଟସ୍ପଟ ପାଲଟିଥିବା ଅଂଚଳରେ ଏହି ସାମରିକ ଅଭ୍ୟାସ କରିବ ଭାରତ । ଏହାଦ୍ୱାରା ଭାରତୀୟ ବାୟୁସେନା ନିଜ ଶକ୍ତି ଓ ସାମର୍ଥ୍ୟକୁ ପରଖିବ ଏବଂ ସୀମାରେ ଉତ୍ପାତ କରୁଥିବା ଚୀନକୁ ମଧ୍ୟ କଡା ସନ୍ଦେଶ ମିଳିବ । ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନ୍ୟଙ୍କ ଗଣ୍ଡଗୋଳ ପରେ ଏହି ଯୁଦ୍ଧାଭ୍ୟାସର ଗୁରୁତ୍ୱ ବଢିଯାଇଛି । ଏହି ଯୁଦ୍ଧାଭ୍ୟାସର ମୂଳ ଉଦ୍ଦେଶ୍ୟ, ଜରୁରୀ ପରିସ୍ଥିତିରେ ବାୟୁସେନା କେତେ ଶୀଘ୍ର ଶତ୍ରୁପକ୍ଷର ଆକ୍ରମଣକୁ ପ୍ରତିହତ କରି ପାଲଟା ଆକ୍ରମଣ କରିପାରିବ, ସେହି କ୍ଷମତାର ପରୀକ୍ଷଣ ।

Leave A Reply

Your email address will not be published.