ଶାଢୀ ବଦଳରେ ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆ କର୍ମଚାରୀ

0

ନୂଆଦିଲ୍ଲୀ (ଆମ ଟିଭି): ଏୟାର ଇଣ୍ଡ଼ିଆ ଏବେ ଟାଟା ହାତରେ । ଟାଟା ହାତକୁ ଯିବା ପରେ ଏବେ ଏହାର ଅନେକ ପରିବର୍ତ୍ତନ କରିବାକୁ ଯାଉଛି । ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୂନିଫର୍ମ ବଦଳିବ । ଏବେଯାଏଁ ଏୟାର ଇଣ୍ଡିଆର ମହିଳା କ୍ର୍ୟୁମେମ୍ବର୍ସଙ୍କୁ ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ । ସବୁଠାରୁ ଖାସ୍ କଥା ହେଲା ଏହି ୟୁନିଫର୍ମକୁ ଡିଜାଇନ୍ କରିବେ ଦେଶର ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷ ମହ୍ଲୋତ୍ରା । ଏଥିପାଇଁ ତାଙ୍କ ସହ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର ହୋଇସାରିଛି ।

ଚଳିତ ବର୍ଷ ନଭେମ୍ବର ମଧ୍ୟରେ ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ମିଳିଯିବ ବୋଲି ସୂଚନା ରହିଛି । ମନୀଷ ମହ୍ଲୋତ୍ରା ଏୟାର ଇଣ୍ଡିଆର ୧୦,୦୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ । ଏହି କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି କ୍ୟାବିନ୍ କ୍ର୍ୟୁ, କକପିଟ୍ କ୍ର୍ୟୁ, ଗ୍ରାଉଣ୍ଡ ଓ ସକ୍ୟୁରିଟି ଷ୍ଟାଫ୍ ।

 

Leave A Reply

Your email address will not be published.