ସୁନା ମୂଲ୍ୟ ପରି ବଢୁଛି ବିମାନ ଭଡ଼ା, କିଛି ସ୍ଥାନରେ ବିମାନ ଭଡ଼ା ୮୦ହଜାରରେ ପହଞ୍ଚିଛି

0

ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡିଗୋ ବିମାନ ଚଳାଚଳରେ ଚରମ ସଙ୍କଟ ।  ଏପଟେ ଅନ୍ୟ ଏୟାରଲାଇନ୍ସ ବିମାନ ଭଡ଼ା ଆକାଶଛୁଆଁ ।  ଦିଲ୍ଲୀ-ବେଙ୍ଗାଳୁରୁ ଫ୍ଲାଇଟ ଟିକେଟ ୭୦ ହଜାର, ଲଣ୍ଡନ ୨୫ ହଜାର ।  ସୁନା ମୂଲ୍ୟ ପରି ବଢୁଛି ବିମାନ ଭଡ଼ା ।  କିଛି ସ୍ଥାନରେ ବିମାନ ଭଡ଼ା ୮୦ହଜାରରେ ପହଞ୍ଚିଛି ।  ଦିଲ୍ଲୀରୁ ବେଙ୍ଗାଳୁରୁକୁ ବିମାନ ଭଡ଼ା ଏତେ ମହଙ୍ଗା ହୋଇଯାଇଛି ଯେ ଏହା ଯାତ୍ରୀଙ୍କୁ ଥାଇଲାଣ୍ଡ, ଭିଏତନାମ, ଲଣ୍ଡନ କିମ୍ବା ସିଙ୍ଗାପୁର ଯିବା ଭଲ ହେବ ।

ଇଣ୍ଡିଗୋ ଏୟାରଲାଇନ୍ସର ଏକ ବଡ଼ ତ୍ରୁଟି ଯୋଗୁଁ ହୋଇଛି, ଯାହା ଫଳରେ ଶହ ଶହ ବିମାନ ବାତିଲ ହୋଇଛି ।  ଏମିତିକି ଏହାର ପ୍ରଭାବରେ ଶୁକ୍ରବାର ଦିଲ୍ଲୀରୁ ଲଣ୍ଡନ, ବେଙ୍ଗାଳୁରୁ, ପୁଣେ, ଲକ୍ଷ୍ମୌ ଏବଂ ଗୋଆ ଭଳି ସବୁ ବିମାନ ଭଡ଼ା ଆକାଶଛୁଆଁ ହୋଇଛି ।  ଏହି ସ୍ଥାନ ଗୁଡ଼ିକରେ ଭଡ଼ା ସାଧାରଣତଃ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଥାଏ ।

Leave A Reply

Your email address will not be published.