ଭୁବନେଶ୍ବର (ଆମ ଟିଭି): ଅଜିତ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ତିନି ଦିନିଆ ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଛି l ତିନି ଦିନର ନାଟକ ବେଶ ହୃଦୟସ୍ପର୍ଶୀ, ଶିକ୍ଷଣୀୟ ସହିତ ଉନ୍ନତମାନର ପରିବେଷଣ ଦେଖି ଦର୍ଶକ ନାଟ୍ୟ ମନସ୍କ ହୋଇଥିଲେ l ଉଦଯାପନୀ ସନ୍ଧ୍ୟାରେ ଅନେକ ଚଳିତ ବର୍ଷର ଅଜିତ ନାଟ୍ୟ ସମ୍ମାନରେ ବରିଷ୍ଠ ଅଭିନେତା ପ୍ରେମାଞ୍ଜନ ପରିଡା ଙ୍କୁ ଏବଂ ଅଜିତ ସାମ୍ବାଦିକ ସମ୍ମାନରେ ପ୍ରଣୟ ଜେଠୀ ଙ୍କୁ ସମ୍ମାନିତ କରାଯାଇଛି l

ଉଦଯାପନୀ ସନ୍ଧ୍ୟା ନାଟକଟିର ବିଷୟବସ୍ତୁ ଏପରି ଥିଲା- ଶିକ୍ଷାର ବ୍ୟବସାୟୀ କରଣ ଆଜି ଉଦଭ୍ରାନ୍ତ କରିଛି ଛାତ୍ର ସମାଜକୁ, ଅର୍ଥ କିଣୁଛି ପାଠ। ମେଧାବୀ
ଛାତ୍ରର ଭବିଷ୍ୟତ ଅନ୍ଧକାର । ବାପା ମାଆ ଙ୍କର ବଡ ବଡ ସ୍ବପ୍ନକୁ ସାକାର କରିବା ଲାଗି ସାଧାରଣ ଛାତ୍ରଟିଏ ଚାଲିଆସୁଛି ବୈଶୟୀକ (ଟେକନିକାଲ) ପାଠ ପଢିବା ପାଇଁ କିନ୍ତୁ ଥରେ ସେ ଅନ୍ଧଗଳି ଭିତରେ ପଶିବା ପରେ ସେଠୁ ବାହାରିବାର ରାସ୍ତା ପାଉନାହିଁ । ବାହାରିବା ପରେ ଭବିଷ୍ୟତ କଣ ?

ଏଭଳି ଏକ ସ୍ବପ୍ନ ଓ ସ୍ବପ୍ନଭଙ୍ଗର ବିଷୟକୁ ନେଇ ନାଟକ “ସମକାଳ” ର ପରିକଳ୍ପନା । ଯେଉଁଠି ଜଣେ ଛାତ୍ରର ସଂଘର୍ଷରେ ହାରିଯିବାର ଦୃଶ୍ୟକୁ ରୂପାନ୍ତର କରାଯାଇଥିଲା।
ଅଭିନୟରେ ବିଭୁ, ଉମା, ଜଗନ୍ନାଥ, ସିଦ୍ଧାର୍ଥ, ବିଜୟ, ହିମାଂଶୁ, ଆୟୁଷ୍ମାନ, ସଂଗ୍ରାମ,ପାୟଲ, ଯାଜ୍ଞସେନୀ, ସାଇନା ପ୍ରମୁଖ ଥିବାବେଳେ ମଞ୍ଚ ଅନ୍ତରାଳରେ ମଞ୍ଚ ପରିଚାଳନା କରିଥିଲେ ସାଗର ପଟ୍ଟନାୟକ, ସହଯୋଗୀ ହିମାଂଶୁ, ଆୟୁଷ୍ମାନ, ସଂଗୀତ କୈଳାସ ସେନାପତି, ରୂପସଜ୍ୟା ସମରେଶ ପାଲ,
ଉପସ୍ଥାପନା ରେ କେ.ପି, ଚିତ୍ରଉତ୍ତଳନ ଦାୟିତ୍ୱ ରେ ଦିପୁ, ଆଲୋକ ସରଞ୍ଚନା, ଅଭିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପକ ରଞ୍ଜନ ପତି ଓରଫ ଅମନ l
ପରିଚାଳନା କରିଥିଲେ ଡଃ ମାୟା ଦାସ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଲାଲା ବିରେନ ରାୟ l