ନୂଆଦିଲ୍ଲୀ (ଆମ ଟିଭି): ମୋଦୀଙ୍କୁ ପ୍ରଶଂସା କଲେ ଅଜିତ୍ ପାୱାର । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିଛନ୍ତି। ଅଜିତ କହିଛନ୍ତି, ରାଜୀବ ଗାନ୍ଧୀ ମିଷ୍ଟର କ୍ଲିନ ନାମରେ ଜଣାଶୁଣା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ସମାନ ଭାବମୂର୍ତ୍ତି ରହିଛି।
ଗତ ମାସରେ ଏନସିପିରୁ ବିଦାୟ ନେଇ ଭାଜପା-ଶିବସେନା ସରକାରରେ ଯୋଗ ଦେଇଥିବା ଅଜିତ ପୁଣେରେ ଏକ କାର୍ୟ୍ୟକ୍ରମରେ ଏହା କହିଛନ୍ତି। ଆମେ ଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ୟ୍ୟ ଉପରେ ନଜର ରଖିଛୁ। ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ଭଳି ଲୋକପ୍ରିୟତା ଥିବା ଅନ୍ୟ କୌଣସି ନେତା ନାହାଁନ୍ତି। ଭିତ୍ତିଭୂମି ଦୃଷ୍ଟିରୁ ସେ କରିଥିବା କାର୍ୟ୍ୟ ଯୋଗୁ ବିଶ୍ୱରେ ଭାରତ ଏକ ଭିନ୍ନ ପ୍ରକାରର ସମ୍ମାନ ପାଉଛି।