ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ର ରାଜନୀତିରେ ଘଡ଼ିକ ଘୋଡ଼ା ଛୁଟୁଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ତାଙ୍କ କାକା ଶରଦ ପାୱାରଙ୍କୁ ସବୁଠୁ ବଡ଼ ଆଘାତ ଦେଇଛନ୍ତି। ଖୋଲାଖୋଲି ଭାବେ ଅଜିତ ପାୱାର ତାଙ୍କ କାକାଙ୍କ ବୟସକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଅଜିତ ପାୱାର କହିଛନ୍ତି- ‘ଆଇଏଏସ୍ ଅଫିସରମାନେ ୬୦ ବର୍ଷରେ ଅବସର ନେଉଛନ୍ତି। ଏପରିକି ରାଜନୀତିରେ ମଧ୍ୟ ବିଜେପି ନେତାମାନେ ୭୫ ବର୍ଷ ବୟସରେ ଅବସର ନେଉଛନ୍ତି। ଏଲ୍କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାମାନେ ହେଉଛନ୍ତି ଏହାର ଉଦାହରଣ। ଏହା ଦ୍ବାରା ନୂଆ ପିଢ଼ି ଆଗକୁ ବଢ଼ିଛନ୍ତି। ଆପଣଙ୍କ ବୟସ ୮୩ ହେଲାଣି। ଆପଣ କେବେ ଅଟକିବେ କି ନାହିଁ। ଆପଣ ଆମକୁ ଆର୍ଶୀବାଦ ଦିଅନ୍ତୁ, ମୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛି।’
ଅଜିତ ପାୱାର ଶରଦ ପାୱାରଙ୍କ ବୟସକୁ ନେଇ ଏଭଳି ବୟାନ ଦେବା ଏବଂ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ଅଭିଳାଷ ଘୋଷଣା କରିବା ପରେ ଏନ୍ସିପି କାର୍ଯ୍ୟକାରୀ ସଭାପତି ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ଅମିତାଭ ବଚ୍ଚନଙ୍କୁ ୮୨ ବର୍ଷ ଏବଂ ସେ ଏବେ ବି କାମ କରୁଛନ୍ତି।