ଏବେ ବି ତୁଟିନି କଂଗ୍ରେସ କଳି

0

ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶଶି ଥରୁର ବାଧ୍ୟ ହୋଇ ଦୁଇ ଦିନରେ ଦୁଇଥର ନିଜର ଉତ୍ତର ପ୍ରଦେଶ ଗସ୍ତ ବାତିଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟର ରାଜଧାନୀ ଲକ୍ଷ୍ନୌ ଗସ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମଲ୍ଲିକାର୍ଜୁନ ଖାଡଗେଙ୍କ ସମର୍ଥକଙ୍କ ସହ ମାରପିଟର ଆଶଙ୍କା ଥିବାରୁ ଥରୁରଙ୍କୁ ଲକ୍ଷ୍ନୌ ଯିବାକୁ ବାରଣ କରାଯାଇଥିଲା ।

ଖାଡଗେ ଯେଉଁ ଦିନ ନିଜ ସପକ୍ଷରେ ଦଳର ସମର୍ଥନ ହାସଲ କରିବାକୁ ଲକ୍ଷ୍ନୌ ଯିବାର ଥିଲା, ସେହିଦିନ ଥରୁର ମଧ୍ୟ ସେଠାକୁ ଯାଇଥାଆନ୍ତେ। ବିବାଦ ଆଶଙ୍କାରେ ଦଳ ପକ୍ଷରୁ ଥରୁରଙ୍କୁ ପଛଘୁଞ୍ଚା ଦେବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ବରିଷ୍ଠ ନେତା ଶଶି ଥରୁରଙ୍କୁ ସୋମବାର ଲକ୍ଷ୍ନୌରେ ପ୍ରଚାର ନ କରିବାକୁ କହିଥିଲେ। ସମାଜବାଦୀ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଯୋଗୁ ତାଙ୍କୁ ସୋମବାର ଲକ୍ଷ୍ନୌରେ ପ୍ରଚାର ନ କରି ମଙ୍ଗଳବାର କରିବାକୁ ବରିଷ୍ଠ ନେତା ଜଣଙ୍କ କହିଥିଲେ।

କିନ୍ତୁ ମଙ୍ଗଳବାର ଖାଡଗେ ମଧ୍ୟ ଲକ୍ଷ୍ନୌ ଗସ୍ତରେ ଯିବାର ଥିଲା। ତେଣୁ ପ୍ରଚାର କରିବା ବେଳେ ତାଙ୍କ ସମର୍ଥକଙ୍କ ସହ ବିବାଦ ସୃଷ୍ଟି ହେବାର ଆଶଙ୍କା ଥିବା ଦଳୀୟ ନେତାମାନେ ଆଶଙ୍କା କରିଥିଲେ। ଏଥିପାଇଁ ମଙ୍ଗଳବାର ମଧ୍ୟ ଥରୁରଙ୍କୁ ଲକ୍ଷ୍ନୌ ନ ଆସିବାକୁ କୁହାଯାଇଥିଲା। ସେ ବାଧ୍ୟ ହୋଇ ପ୍ରଚାର କରିବାକୁ ଯାଇ ପାରି ନାହାନ୍ତି।

Leave A Reply

Your email address will not be published.