ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟିକ ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ
ଭୁବନେଶ୍ବର(ଆମ ଟିଭି): ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟିକ ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ। ଆଜି ସକାଳ ସାତଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ, ରାମୋଜ । ଶ୍ରୀ ମହାନ୍ତି ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ, ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ଥିଲେ।
ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି । ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୧,ଏଚ.ଆଇ.ଜି ୨,ପ୍ଲଟ ନମ୍ବର ୧୩୩ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।